ଚିର କାଳ ସେଇ ଭିଜା ମାଟି ରବାସ୍ନା(Petrichor, The Eternal) Poem by Bharati Nayak

ଚିର କାଳ ସେଇ ଭିଜା ମାଟି ରବାସ୍ନା(Petrichor, The Eternal)

Rating: 5.0

ଦିବସର ଦୀପ ଶିଖାହେଲାଣି ସ୍ତିମିତ


ପଶ୍ଚିମଦିଶା ରେ ସୂର୍ଯ୍ୟ ବୁଡି ଆସିଲେଣି

ମୁଁଫେରି ଫେରି ଚାଉଁଛି

ମୋ ଛାଡିଆସିବାର ରାସ୍ତା

କେମିତିପାରିହେଲି ଏଇ ବନ୍ଧୁର ପଥ!


ଚକ୍ଷୁରେ ଭାସି ଉଠେ

ଶ୍ୟାମଳ ସବୁଜିମାର ଛବି

ଆଉ କଣ୍ଟକିତମରୁପ୍ରାନ୍ତ

ରହି ରହି ଶୁଭି ଯାଏ

ପଛ ରୁକେହିଡାକୁ ଥିବାରଶବ୍ଦ!

କେଉଁଠୁଭାସି ଆସେ ସେସ୍ୱର - - -

ସ୍ୱର୍ଗରୁନାଅନ୍ତରୁ?

ଆବୋରି ବସେସମଗ୍ରସତ୍ତା

ଭୁଲି ହୋଇ ଯାଏ ଜୀବନର କ୍ଳେଶ.



ସେ ଏକସ୍ବର୍ଗୀୟ ଅନୁଭବ


ସେବସନ୍ତରମୃଦୁ ମଳୟ


ଶୀତସକାଳ ରଉଷୁମଖରା

ନିଦାଘ ର ଶୀତଳ ତରୁତଳ

ପହିଲିବର୍ଷାରେ ଭିଜାମାଟି ରବାସ୍ନା.


ସଂସାର ଜଂଜାଳଯେବେ

ଶୀଳାସମଭାରିହୋଇ ଯାଏ

ଛାତି ରୁନ୍ଧି ହୋଇ ଯାଏ ଦୁଃଖରେ

ସେ ସ୍ୱରଶୁଣାଏ

ଆଶ୍ୱାସନାର ବାଣୀ

ନିମିଷକେ ଭାରିଯାଏ କ୍ଷତ

ମୁଁଆପେଆପେ

ହୋଇଯାଏ

ସ୍ୱୟଂ ସମ୍ପୂର୍ଣ......

Wednesday, March 14, 2018
Topic(s) of this poem: life
POET'S NOTES ABOUT THE POEM
Ihave added the title in English on the request of my Poem Hunter friend Sri Sekharan Pookkat.It is a great pleasure to know that my Odia poems also arouse interest among my non-Odia friends who request me to translate them into English.
I have translated this poem into English titled'Petrichor, the Eternal' and posted on Poem Hunter for my friends and readers who do not know Odia.I hope to get feedback on the poem.
COMMENTS OF THE POEM
Kumarmani Mahakul 14 March 2018

ରହି ରହି ଶୁଭୁ ଅଛି ପଛରୁ ଡାକୁ ଥିବାର ଶବ୍ଦ...ଆଶ୍ୱାସନାର ବାଣୀ ମନରେ ଆଣି ଦେଉଛି ଶାନ୍ତି... ଶ୍ୟାମଳ ସବୁଜିମାର ଛବି ବାସ୍ତବରେ ମନମୁଗ୍ହଧକର... ଏହି କବିତା ଟି ଚମତ୍କାର ଭାବରେ ଲିଖିତ ହୋଇଛି....10

1 0 Reply
Bharati Nayak 14 March 2018

ସମ୍ମାନୀୟ କବି ଶ୍ରୀ କୁମାରମଣି ମହାକୁଳ , ଆପଣଙ୍କ ପ୍ରେରଣା ମୋତେ ସବୁ ବେଳେ ଉତ୍ସାହିତ କରିଛି 1 ମାତୃଭାଷାରେ କବିତା ଲେଖିବା ପାଇଁ ଆପଣଙ୍କ ଭଳି ଗୁଣି ପାଠକ ତଥା ବିଶ୍ୱ ସ୍ତରୀୟ କବିଙ୍କର ମତାମତ ଅନେକ ମୂଲ୍ୟବାନ ! ମୋର ହୃଦୟର କୃତଜ୍ଞତା ଗ୍ରହଣ କରିବେ !

1 0 Reply
Kumarmani Mahakul 02 October 2018

Fantastic expression has been made in oriya languge on Petrichor, The Eternal. This poem has special attraction that i have visited twice. The following lines are much impressive. ସେ ଏକସ୍ବର୍ଗୀୟ ଅନୁଭବ ସେବସନ୍ତରମୃଦୁ ମଳୟ ଶୀତସକାଳ ରଉଷୁମଖରା ନିଦାଘ ର ଶୀତଳ ତରୁତଳ ପହିଲିବର୍ଷାରେ ଭିଜାମାଟି ରବାସ୍ନା Thanks for sharing.

0 0 Reply
???????? ????? ???? 19 September 2018

ଆପଣଙ୍କର କବିତା.... ଭିଜା ମାଟିର ବାସ୍ନା.... .ଗଭୀର ଅନ୍ତର୍ଦାହର ପ୍ରତିବେଦନ । ଶବ୍ଦ ସବୁ ପଢ଼ି ହେଉଛି, ଦେଖି ବି ହେଉଛି । ଚମତ୍କାର ।

1 0 Reply
Bharati Nayak 19 September 2018

What wonderful words from you ! Your name has been hidden in the question marks.My deep gratitude for your kind apreciation.

0 0
Bri Edwards 05 April 2018

again, i CAN read the English title-translation. :) maybe i 'need to' learn Odia? ? ? ? it will NEVER happen! ! bri :)

0 0 Reply
Bharati Nayak 16 July 2018

Thank you Bri Edwards.I just visited this poem and found your comment on it.I feel so glad that my native language 'Odia' has come to the notice of world poets. Yes, I will translate it into English.I am a small poet in a remote corner, but how wonderful it is that my poem and my language stir interest in readers far away ! ! Again I must be grateful to internet and our Poem Hunter Site.

0 0
Bharati Nayak 16 March 2018

ଆପଣା ମାଟି ଓ ଆପଣା ଭାଷା ର ଏକ ସ୍ୱତନ୍ତ୍ର ମହକ ଅଛି ! ସେ ମହକ ଆମକୁ ଅଭିଭୂତ କରେ 1 ଭାଇ ସୁବାସ ବାବୁ, ମୋର ଉଭୟ ଇଂରାଜୀ ଓ ଓଡ଼ିଆ କବିତା ର ଆଗ୍ରହୀ ପାଠକ ଓ ଅନୁଶୀଳକ ଭାବରେ ଆପଣ ମୋତେ ଅନୁ ଗୃହୀତ କରିଛନ୍ତି 1. ଆପଣଙ୍କୁ ହୃଦୟର କୃତଜ୍ଞତା ଓ ସାଧୁବାଦ ଜଣାଉଛି.

0 0 Reply
Subhas Chnadra Chakra 16 March 2018

ସେ ସ୍ୱରଶୁଣାଏ ଆଶ୍ୱାସନାର ବାଣୀ ନିମିଷକେ ଭାରିଯାଏ କ୍ଷତ ମୁଁଆପେଆପେ ହୋଇଯାଏ ସ୍ୱୟଂ ସମ୍ପୂର୍ଣ...... ସୁନ୍ଦର କବିତା, ଏକ ସ୍ୱୟଂସଂପୂର୍ଣ, ଭିଜା ମାଟି ର ବାସ୍ନା ରେ ମହକିତ ସ୍ୱର ଓ ନିଚ୍ଛକ ପ୍ରାକୃତିକତା ରେ ଭରା କବିତା । ମନ୍ତ୍ର ମୁଗ୍ଧ କରିଦେଲା । 10++++ ସୁଭାଷ

0 0 Reply
READ THIS POEM IN OTHER LANGUAGES
Close
Error Success