l
ରେଳ ଯାତ୍ରା
ଛୁକଛୁକ ଶବ୍ଦ କରି
ଗଡି ଚାଲିଛି ରେଳଗାଡ଼ି
ଆଗକୁ ଆଗକୁ
ମୋତେ ଧରି ତା ସଙ୍ଗତେ
ବାତାୟନ ମଧ୍ୟଦେଇ ମୁଁ ଦେଖେ
ମୋ ପ୍ରିୟ ବୃକ୍ଷ ରାଜି
ଧାଉଁଛନ୍ତିପଛକୁ ପଛକୁ
ମୋଦୃଷ୍ଟି ପ୍ରସାରି ଯାଏ
ଧରି ରଖିବାକୁଏ ସମସ୍ତ ଶୋଭାରାଜି
ଶୁଖିଲା ଭୂଇଁ ଅବା ଶ୍ୟାମଳ ବନାନୀ
ସୁନୀଳ ଆକାଶ ଅବା ରଙ୍ଗୀନ ଚକ୍ରବାଳ
ଅନେକହେଲେଣି ମୋ ଦୃଷ୍ଟି ସୀମା ରଅତୀତ
ସମ୍ଭାବନାର ସ୍ବପ୍ନ ବିଛାଇ
ହାତ ଠାରିଡାକୁ ଥାଏ ମୋ ଭବିଷ୍ୟତ
ଜାଣେ ମୁଁ ନିଶ୍ଚିତ
ଦୂର ପାହାଡର ଶୋଭା
ଖାଲ ଢିପରେଭରା
ହେଲେ ମୁଁ ନୁହେଁ ଆତଙ୍କିତ
ହେବାକୁ ପାରି
ମୋ ଯାତ୍ରାର ମରୁପଥ
ଏସବୁ ଜୀବନର ସତ୍ୟ
ହେଲେ, ଦୃଷ୍ଟି ମଧ୍ୟେ
ମୁଁ ବାନ୍ଧି ରଖେ
ଯେତେ ଶ୍ୟାମଳିମା
ଯେତେ ସବୁ ଅନୁଭବ
ପ୍ରିୟ ମୋର ଅଭୁଲା ଅତୀତ i
ଜାଣେ ମୁଁ ନିଶ୍ଚିତ ଦୂର ପାହାଡର ଶୋଭା ଖାଲ ଢିପରେଭରା ହେଲେ ମୁଁ ନୁହେଁ ଆତଙ୍କିତ ହେବାକୁ ପାରି ମୋ ଯାତ୍ରାର ମରୁପଥ ଏସବୁ ଜୀବନର ସତ୍ୟ.....I can imagine the way you have constructed this beautiful poem through the experience of life! A sweet poem! (10)
Many many thanks Dillip for your time and wonderful comments that so inspire me.
Part - 2 ଧନ୍ୟବାଦ କବୟତ୍ରୀ ମିଳୁ ବିଭୁ କୃପା ସୃଜି ଯାଅ ଜୀବନ ଦର୍ଶନର ଅନେକ କବିତା। Rela Jatra '..Train Journey' written by Bharati Nayak is a beautiful philosophical poem having touching expression with nice collocation. A well description on nature has been made with the linkage of life. Gorgeous one.10
Part - 1 'ରେଲା ଯାତ୍ରା' ଏକ ତବ ଆଶ୍ଚର୍ଯ୍ୟ ସୃଜନୀ ଛୁକ ଛୁକ ଶବ୍ଦରେ ହଜି ଯାଏ ମନ ନିକଟସ୍ଥ ଶୋଭାରଜି ଶ୍ୟାମଳ ବନାନୀ ସୁନୀଳ ଗଗନ ତଥା ନଭଶ୍ଚୁମ୍ଭୀ ଶୈଳ ଚେତାଇ ଦିଅନ୍ତି ତବ ଅଜଣା ଭବିଷ୍ୟ ହେଲେ ଆପଣ ନୁହନ୍ତି ଭୀତତ୍ରସ୍ତ କେବେ ଅଭୂଲା ଅତୀତ ଆଣିଦିଏ ଜୀବନର ସତ୍ୟ ।
This poem has not been translated into any other language yet.
I would like to translate this poem
relagadire chalijauthiba drushyaraji nija jibana ra pratibimba.