ନୁହେଁ କବିତା Poem by Bharati Nayak

ନୁହେଁ କବିତା

Rating: 5.0

କୋଲକାତାର ପ୍ଲାଟଫର୍ମ ଉପରେ
ସେଇ ଅର୍ଧ ପାଗେଳୀ
ତା କୋଟରଗତ ଚକ୍ଷୁରେ ଭରିଥିଲା କେତେ ଶୁନ୍ୟତା!

ଅସ୍ଥିସାର ଶରୀରରେ ଅନ୍ଧକାର ଛଡ଼ା
ଥିଲାକି ଆଉ କିଛି?
ଟ୍ରେନର କଳା ଧୂଆଁ ଆଉ ସଂସାରଯାକର କାଳିମା
ସତେବା ଛାଇଥିଲା ତାର ଦେହମନ
ତାର ଶତଛିନ୍ନ ବାସରେ ଓ
ନୁଖୁରା ଜଟଧରା କେଶରେ
ଜମିଥଲା କି
ଦୁନିଆଯାକର ରୁକ୍ଷତା!

ବୟସ ମୋଟେ ବେଶୀ ନୁହେଁ
ହେଲେ ଗ୍ରାସିଥିଲା ଜରା ତାକୁ ଅକାଳରେ

କିଏ ଆଣି ଛାଡିଥିଲା ତାକୁ ଏଠି
ଅବା ଆଶ୍ରୟବଂଚିତ ହୋଇ
ଖୋଜି ଖୋଜି ପାଇଥିଲା
ଏଇ ପ୍ଲାଟ -ଫର୍ମର ଠିକଣା
କିଏ ତାର ଆତ୍ମୀୟ
କରିଥିଲା ତାକୁ ନିରାଶ୍ରୟ

ହୋଟେଲର ଅଇଁଠା ଭାତ
ଦୟାର ଫୋପଡ଼ା ରୁଟି କିଛି
ରଖିଥିଲା ତା' ଜୀବନ
ଶୋଇଥିଲା ସେ ପ୍ଲାଟଫର୍ମ ଉପରେ
ଟ୍ରେନର ହୁଇସିଲ ଆଉ ଚାରିପଟର
କୋଳାହଳ ପ୍ରତି ଥିଲା ନିତାନ୍ତ ବୀତସ୍ପୃହ

ଦେଖିଲା ସେ ବୁଲା କୁକୁରଟି
ଶୋଇଛି ତା ପାଖରେ
ବୁଲା କୁକୁରଟିର
ଠିକ ତା ଭଳି କିଛି ବି ନାଁ ନ ଥିଲା
ସେ କିନ୍ତୁ ତାକୁ ବେଶ ଚିହ୍ନା ଚିହ୍ନା ମନେ ହେଲା
ପାଗେଳୀଟି ବୁଲାକୁ ଆଦରରେ କୋଳ କରି ନେଲା
ବୁଲା ବି ପାଗେଳୀ ହାତର ସ୍ନେହରେ
କୃତ୍ୟ କୃତ୍ୟ ମନେହେଲା
ପାଗେଳୀ ବୁଲାର ମୁହଁରେ ମୁହଁ ଲଗେଇ
ଅନେକ ଗେଲ କଲା ଆଉ ତା ପେଟରେ
ମୁଣ୍ଡ ଥୋଇ ପରମ ତୃପ୍ତିରେ ଶୋଇଗଲା

ବୁଲା ଆଉ ପାଗେଳୀର
ଏଇ ସ୍ନେହ ବିନିମୟ
କୁତୁହଳ ହୋଇ ଦେଖୁଥିଲେ କିଛି ଲୋକ
କିଛି ବୁଲା ଟୋକା ମଜାଦେଖିବାକୁ ଜମିଗଲେ
ଏମିତି ଯେଉଁମାନେ
ପ୍ରଜାପତିର ଡେଣା ଭାଙ୍ଗି ମଜା ଦେଖନ୍ତି
କୁକୁର ଲାଙ୍ଗୁଳରେ ବାଣ ଫୁଟେଇ ତାଳିମାରନ୍ତି
ସେଇମାନେ ପାଗେଳୀର ମୁଣ୍ଡ ତଳୁ
କୁକୁରର ଦୁଇ ଗୋଡ ଧରି
ଘୋଷାରି ଘୋଷାରି ନେଇଗଲେ
ଆଉ ଦାନ୍ତ ନିକୁଟି ପାଗେଳୀକୁ
ଖତେଇ ହେଉଥିଲେ

ପାଗେଳୀ ଧାଁଊଥିଲା ଇତସ୍ତତଃ ହୋଇ
ଗୁଣୁ ଗୁଣୁ ଅନାବନା ଗାଳିଦେଇ
ଏଇ ତାର ସ୍ନେହ|ଶ୍ରୟୀ କୁକୁରଟିକୁ
ମୁକୁଳାଇବାକୁ
ଧାଁଊ ଥିଲା ଆଉ ଧାଁଊ ଥିଲା!

POET'S NOTES ABOUT THE POEM
A true story
COMMENTS OF THE POEM
Bharati Nayak 26 June 2020

The meaning of the title of this poem is 'Not a poem' It is a true story. It is apathetic that in India we do not have any system to take care of mentally deranged people who are left helpless on the street.

0 0 Reply
Kumarmani Mahakul 24 June 2020

କୋଲକାତା ର ପ୍ଲାଟ ଫର୍ମଉପରେ ସେଇ ଅର୍ଧ ପାଗେଳୀ ତା କୋଟର ଗତଚକ୍ଷୁରେଭରିଥିଲାକେତେ ଶୁନ୍ୟତା! ଅସ୍ଥି ସାର ଶରୀରରେ ଅନ୍ଧକାର ଛଡ଼ା ଥିଲାକିଆଉ କିଛି? ଟ୍ରେନରକଳା ଧୂଆଁଆଉସଂସାର ଯାକର କାଳିମା ସତେବାଛାଇ ଥିଲାତାରଦେହ ମନ...... fantastic beginning with much touching. It is really a fine poem on inhumanity and sympathy. Visited time and again.

0 0 Reply
Suratha Kumar Rout 08 September 2019

A beautiful creation. Nice poem. 10++++

0 0 Reply
Dr Dillip K Swain 15 October 2018

A wonderful poem! Beautifully penned dear Bharati Apa!

0 0 Reply
Kumarmani Mahakul 15 October 2018

ପାଗଳି ଓ ବୁଲା kukurara karuna kahani besh hrudaya sparshi hoichhi. Janaku kasta dei apara ananda pauthiba Dustamati balaka o purusa prakutare kede hrudaya heena taha marmasparshi karichhanti. Dhanyabad. This is a beautiful poem on love and sadness having touching expression. Thanks for sharing.

0 0 Reply
Bharati Nayak 15 October 2018

We have no support system in our country to take care of such distressed people.But it is painful to see how they are left to languish on road side and some people take pleasure in tormenting them.

0 0
READ THIS POEM IN OTHER LANGUAGES
Close
Error Success