ପୁଷ୍ପ - ଗୀତ|ଞ୍ଜଳିର କବିତା -୬ Poem by Bharati Nayak

ପୁଷ୍ପ - ଗୀତ|ଞ୍ଜଳିର କବିତା -୬

Rating: 5.0

ଗୀତ|ଞ୍ଜଳିର କବିତା -୬

ଅତି କ୍ଷୁଦ୍ର ପୁଷ୍ପ ମୁହିଁ,
ମଉଳିବା ଆଗୁଁ ତୋଳି ନିଅ ବାରେ,
ନ ହେଲେ, ଅଚିରେ ପଡିବି ଝରି,
ଆଉ, ମିଶିବି ମାଟିରେ I

ହୁଏତ, ମୋ ପାଇଁ ନାହିଁ ସ୍ଥାନ,
ହେବାକୁ ମଣ୍ଡିତ
ତୁମ ଗ୍ରୀବା- ଲଗ୍ନ ପୁଷ୍ପହାର ରେ,
ସାମାନ୍ୟ କଷ୍ଟ ବହି
ମୋତେ ତୋଳିନିଅ ବାରେ
ହୋଇବି ମୁଁ ଧନ୍ୟ
ତୁମ ହସ୍ତର ଅମୃତ ଛୁଆଁରେ I

ମନେ ମନେ ହୁଏ ମୁଁ ଶଙ୍କିତ
ପୂଜା ବେଳ ଯିବ ଗଡି
ତୁମଠାରେ ଅର୍ଘ୍ୟ ଲାଗି ହେଵା ଆଗୁଁ,
କାଳେ ପଡିବି ମୁଁ ଝରି I

ମୁଁ ତ ଅତି ସାମାନ୍ୟ ପୁଷ୍ପ ଟିଏ,
ଫିକା ଫିକା ମୋ ପାଖୁଡାର ରଙ୍ଗ,
ହୁଏତ ନାହିଁ ମୋ ଠାରେ ମନଲୋଭା ମିଠାମିଠା ଗନ୍ଧ,
କିନ୍ତୁ ଦୟା ବହି ମୋତେ
ତୋଳି ନିଅ ବାରେ,
ବେଳ ଥାଉଁ ଥାଉଁ
ଲାଗିବି ମୁଁ
ତୁମ ଆରାଧନାରେ I

This is a translation of the poem Flower by Rabindranath Tagore
Friday, November 12, 2021
POET'S NOTES ABOUT THE POEM
This is Odia translation of the poem -6, 'Flower' of Nobel Laureate Rabindranath Tagore from his award winning book 'Gitanjali'
COMMENTS OF THE POEM
Bri Edwards 12 December 2021

Honest! bri : ) Bharati, i couldn't have said it better myself.

0 0 Reply
Kumarmani Mahakul 06 January 2022

Small flower has amazing dreams to regain again freshness before wilting, so that the flower can get place on the head of God. An excellent poem shared!

0 0 Reply
Kumarmani Mahakul 06 January 2022

କ୍ଷୁଦ୍ର ପୁଷ୍ପ ରଖିଅଛି ପୁଣି ଆଶା ମଉଳିବା ପୂର୍ବରୁ, ଆସିବକି ମଧୁମାସ ନେଇ କିଛି ଫଗୁଣ ଉତ୍ତାରୁ. ଆଉଥରେ ହେବ ପରା ରୂପାନ୍ତର ନିଅନ୍ତା ତୁଠରେ, ନବ ଭାବେ ପରିଷ୍ଫୁଟିତ ହୋଇ ଲାଗିବ ଈଶ୍ବର ମଥାରେ... ଆପଣଙ୍କ କବିତା ତୋ ଅତ୍ୟନ୍ତ ମନମୁଗ୍ଧକର ହୋଇଛି. ଆମ୍ଭେ ଆପଣଙ୍କୁ ଧନ୍ୟବାଦ ଅର୍ପଣ କରୁଅଛୁ. This is excellent.

0 0 Reply
Soran M. H 17 December 2021

Though its colour be not deep and its smell be faint, use this flower in thy service and pluck it while there is time.

0 0 Reply
Soran M. H 17 December 2021

A short poem, but deep in meaning and philosophical in the subject. Yes, sometimes the little things mean a lot. If we look seriously for the minutes, because when it passed it does not come back again, thank you for this treasure and beautiful choice.

0 0 Reply
Bharati Nayak 12 December 2021

Hi Bri, Thank you for reading and commenting on the Odia translation of Nobel Laureate R.N. Tagore's poem-Flower I am happy my Odia language poems have readers like Bri.Thank you.

0 0 Reply
Close
Error Success