ଫେରିଆସ କୃଷ୍ଣ !
ହେ ପ୍ରଭୁ, ତୁମେଛାଡିଯିବାଦିନରୁ
ଏଇ ବ୍ରଜ ଭୂମିହରେଇବସିଛି,
ତାରରଙ୍ଗ ଓ ପ୍ରଭା ,
ତାରଆନନ୍ଦଓହସ!
ଶୁନ୍ୟତା ଛାଇ ଯାଇଛି , ପ୍ରତି ଟି କୋଣ ରେ
ଯାଇଛିଥମି ନଦୀର କୁଳୁକୁଳୁସ୍ୱର
ମରୁତହୋଇଛିସ୍ଥିର
ଆଉଶୁଭେ ନାହିଁ ତୁମ ବେଣୁର ମୂର୍ଚ୍ଛନା ମଧୁର
ଚୁପହୋଇଯାଇଛି ତୁମ ସଖାଙ୍କଆନନ୍ଦ ରୋଳ
କାହିଁହଜିଯାଇଛିସେମାନଙ୍କମୁଖରହସ
ଗୋପପୁରୀରପ୍ରତିଟିଗଛ, ପ୍ରତି ଟି ଲତାଆଉ
ପ୍ରତିଟି ପଥରଆଜି ତାରପ୍ରଭୁଙ୍କୁଝୁରୁଛି
ତୁମହସ୍ତ ରଯାଦୁକରୀ ସ୍ପର୍ଶ କୁ
ସେମାନେ ଝୁରିହେଉଛନ୍ତି
ଦେଖ, ଦୁଃଖରେକେମିତିପୁଷ୍ପମାନେ ଝାଉଁଳିପଡିଛନ୍ତି, ଆଉ
ତୁମର ପ୍ରିୟଗାଈ ମାନେ କେମିତି ଝୁରୁଛନ୍ତି ତୁମକୁ !
ଦେଖ, କଦମ୍ବ ଗଛ ତୁମକୁଅପେକ୍ଷା କରିଛି
ତମାଳ ଲତାତୁମବାଟଚାହିଁବସିଛି ,
ବ୍ରଜ ପୁରୀ ରସମସ୍ତ ବାଳକଆଉସବୁ ଗୋପାଙ୍ଗନା
ତୁମ ଫେରିବାପଥଚାହିଁବସିଛନ୍ତି!
ତୁମପ୍ରିୟସଖିରାଧା ରହୃଦୟଭାଙ୍ଗି ଦିଅ ନାହିଁ
ତୁମମାତା ପିତାଙ୍କୁ କଷ୍ଟରେ ଭସାଇ ଦିଅନାହିଁ
କେବେ ତୁମେଫେରିବପ୍ରଭୁ
କେବେ ପୁଣି ଛୁଇଁବତୁମପଦ୍ମପାଦଯମୁନାରଜଳ
ଥରେଫେରି ଚାହଁକୃଷ୍ଣ
ଥରେ ତୁମ କୃପାଦୃଷ୍ଟିପଡି ଯାଉ
ଯେଉଁଠି ତୁମଆନନ୍ଦର ଦିନଛାଡି ଯାଇଛ
ଦେଖ , ଏଇମାଟି, ପାଣି ଓ ପବନରେ
କେମିତିତୁମ ନିଶ୍ୱାସବାନ୍ଧି ହୋଇଯାଇଛି
କୂପ ଜଳ ଆଉନଦୀଆଇନା ରେ
ତୁମସହସ୍ରପ୍ରତିଛବିଖେଳି ଯାଉଛି
ଯେଉଁବସ୍ତ୍ର ତୁମେ ଦିନେଚପଳତାରେହରି ନେଇଥିଲ
ସେଥିରେତୁମ ଦେହର ପଦ୍ମ ଗନ୍ଧ ମିଶିଯାଇଛି
ହେ ପ୍ରିୟପ୍ରଭୁ ମୋର,
ଆଉହୁଅନାହିଁ ନିର୍ଦ୍ଦୟ
ଭୁଲି ଯାଅନି ସେମାନଙ୍କୁ
ଯାହାଙ୍କୁତୁମେ ପଛରେଛାଡି ଆସିଛ
କାହିଁ କିନାସେମାନେ କଦାପି ଭୁଲିବେନାହିଁ
ସେମାନଙ୍କ ପ୍ରାଣ ପ୍ରିୟ କୃଷ୍ଣଙ୍କୁ.
ଫେରି ଆସ କୃଷ୍ଣ, ଫେରିଆସ
ଦେଖ, କଦମ୍ବ ଗଛ ତୁମକୁଅପେକ୍ଷା କରିଛି ତମାଳ ଲତାତୁମବାଟଚାହିଁବସିଛି, ବ୍ରଜ ପୁରୀ ରସମସ୍ତ ବାଳକଆଉସବୁ ଗୋପାଙ୍ଗନା ତୁମ ଫେରିବାପଥଚାହିଁବସିଛନ୍ତି! ତୁମପ୍ରିୟସଖିରାଧା ରହୃଦୟଭାଙ୍ଗି ଦିଅ ନାହିଁ ତୁମମାତା ପିତାଙ୍କୁ କଷ୍ଟରେ ଭସାଇ ଦିଅନାହିଁ.......ki marma sparshi bhasa! . Bastabik apananka barnanana hrudayagrahi. This poem has much attraction. Thanks again.
Thank you so much Kumarmani Mahakul Sir.I always appreciate yourvaluable feedback.
ଦେଖ, ଏଇମାଟି, ପାଣି ଓ ପବନରେ କେମିତିତୁମ ନିଶ୍ୱାସବାନ୍ଧି ହୋଇଯାଇଛି କୂପ ଜଳ ଆଉନଦୀଆଇନା ରେ ତୁମସହସ୍ରପ୍ରତିଛବିଖେଳି ଯାଉଛି....so touching. Really it is a beautiful poem with stunning expression. Thank you dear madam.
Such a wonderful poem! You have brilliantly unfolded your love for Lord Krishna in this magnificent poem...a beautiful piece of translation in its pefect accuracy...full score!
Your love and devotion for God Kanha is perfectly revealed in this poem...thanks for sharing
ଫେରି ଆସିବେ କୃଷ୍ଣ ପୁଣି ଥରେ ବ୍ରଜ ଭୂମିକୁ.! ଏହି ଆଶା ରହିଛି ନିରନ୍ତର ମନରେ.! ପୂର୍ବପରି ସେହି କଦମ୍ବ ଗଛ ଅପେକ୍ଷା କରି ରହିଛି.! ସେ ଆଉ କଠୋର ହୋଇ ପାରିବେ ନାହିଁ.! ଶୀଘ୍ର ସେ ଫେରି ଆସିବେ.! ଏହି କବିତାଟି ଭକ୍ତିର ସହିତ ନିଖୁଣ ଭାବରେ ରଚିତ ହୋଇଛି.! ଏହା ଏକ ଚମତ୍କାର କବିତା ହୋଇଛି.! ଆମ୍ଭେ ଏହାକୁ ପୂର୍ଣ ୧୦ ନୁଁମ୍ବର ଦେଉ ଅଛୁ! This poem is very excellently penned with devotion., ...10
Great love, eternal love