Mo jharkara kachare
Abirama tume piti heuthibara drushya
Drushya mane dhuanlia
Drushya mane bahi jauchhanti
jaladhara pari
ekakar hoi jauchhanti
Dhara dhara luhare
Dahala kharare
greesmara santapare
kete tumaku na khojichhi?
Luchi rahithila
Keun baudara uhadare?
Kemiti kemiti katila nidagha jatra
Hueta shubhila mo artaswara
Tume aasila chaudiga chamakai
Batabaranare tuma aasibara sugandha
Mu bhiji jaithili
Bimala aanandara ashru re
Mo kabatare
Thak thak awaja
Tume dakuthibara shabda
Mo nibuja dwara o jharkara phanka dei
Tume ebe bi
Pashi aasuchha
Bela abelare! !
Barsa- The poem in Odia script
ବର୍ଷା
ମୋ ଝର୍କାର କାଚରେ
ଅବିରାମ ତୁମେ ପିଟି ହେଉଥିବାର ଦୃଶ୍ୟ
ଦୃଶ୍ୟ ମାନେ ଧୂଆଁଳିଆ
ଦୃଶ୍ୟମାନେ ବହି ଯାଉଛନ୍ତି ଜଳଧାରା ପରି
ଏକାକାର ହୋଇ ଯାଉଛନ୍ତି
ଧାର ଧାର ଲୁହରେ l
ଡହଳ ଖରାରେ, ଗ୍ରୀଷ୍ମର ସଂତାପ ରେ
କେତେ ତୁମକୁ ନଖୋଜିଛି !
ଲୁଚି ରହିଥିଲ କେଉଁ ବଉଦର ଉହାଡ଼ ରେ ?
କେମିତି କେମିତି କଟିଲା ନିଦାଘ ଯାତ୍ରା
ହୁଏତ ଶୁଭିଲା ତୁମକୁ ମୋ ଆର୍ତ୍ତ ସ୍ୱର
ତୁମେ ଆସିଲ ଚଉଦିଗ ଚମକାଇ
ବାତାବରଣରେ ତୁମ ଆସିବାର ସୁଗନ୍ଧ
ମୁଁ ଭିଜି ଯାଇଥିଲି ବିମଳ ଆନନ୍ଦର ଲୁହରେ !
ମୋ କବାଟରେ ଠକ ଠକ ଆବାଜ
ତୁମେ ଡାକୁଥିବାର ଶବ୍ଦ
ମୋ ନିବୁଜ ଦ୍ୱାର ଓ ଝର୍କାର ଫାଙ୍କ ଦେଇ
ତୁମେ ଏବେବି ପଶି ଆସୁଛ
ବେଳ ଅବେଳ ରେ !
A fascinating poem... I enjoyed this beautiful poem as I always enjoy rain....10
ତୁମେ ଡାକୁଥିବାର ଶବ୍ଦ ମୋ ନିବୁଜ ଦ୍ୱାର ଓ ଝର୍କାର ଫାଙ୍କ ଦେଇ ତୁମେ ଏବେବି ପଶି ଆସୁଛ ବେଳ ଅବେଳ ରେ! ......chamatkara barnana. Hrudayasparshi. Fantastic expression. A beautiful poem is amazingly shared. Full vote.
Dear poet what describe to the rain. Beautiful poem. Thanks 10++++++
My heartiest thanks to poets Sri Kmaramani Mahakul, Dr. Dillip Kumar Swain and Sri Ranjan Kumar Ghosh.Your kind words inspire me to write more in my mother tongue.
Kemiti kemiti katila nidagha jatra Hueta shubhila mo artaswara Tume aasila chaudiga chamakai Batabaranare tuma aasibara sugandha Mu bhiji jaithili Bimala aanandara ashru re madam beautiful describe 10++++++++
This poem has not been translated into any other language yet.
I would like to translate this poem
ଝରକା କାଚରେ ଝରକା ଫାଙ୍କରେ ଶୁଭେ ବରଷାର ଗୀତ, ଡହଳ ଖରାରେ ମନ ରାଇଜରେ ରଜ ପରବରେ ମିତ, ଆନନ୍ଦର ଲୁହ କବାଟେ କଚ୍ଚାଡି ଡାକୁଛି ମେଘ ସଙ୍ଗାତ, ବେଳ ଅବେଳରେ କେତେ ଆକୁଳରେ ଗୀତରେ କହୁଛି ସତ l ପଢି ଭାରତୀଙ୍କ ଅନନ୍ୟ କବିତା ହରଷ ସକଳ ପ୍ରାଣୀ, ଦଶ ସମ୍ଭାରରେ ଗୋ ମତାମତ ଦେଲେ ଏ କବି କୁମରମଣି l An excellent Odia poem on rain is beautifully penned....10