ଗୀତାଞ୍ଜଳିରକବିତା -୨
ତୁମେ ଯେବେ କୁହ ମୋତେ
ଗାଇବାକୁ ଗୀତଟିଏ
ଛାତି ମୋର ଫୁଲି ଉଠେ ଗରବେ
ଅନାଇଁ ତବ ଆନନେ
ଲୋତକ ଭରେ ନୟନେ l
ଯାଇଛି ତରଳି ଜୀବନର
ଯେତେ ସବୁ କଠୋର ବନ୍ଧୁରତା
ବିଲୀନ ହୋଇଛି ଯାଇ
ଅମୃତ ମଧୁରତାରେ
ତୁମ ଗୁଣ ମୁଗ୍ଧ ମୋ ହୃଦୟ
ଆନନ୍ଦିତ ପକ୍ଷୀସମଡେଣା ମେଲି
ଉଡ଼ିଯାଏଦରିଆ ସେପାରି l
ମୋ ଗୀତର ସୁର ଛୁଇଁ ଯାଏ
ତୁମ ଦୁଇ ପାଦ
ଯାହା ଥିଲା ଏତେକାଳ
ମୋ ଆକାଂକ୍ଷାରଅପହଞ୍ଚl
ସେସଙ୍ଗୀତରମଦୀରାରେ
ଭୁଲିଛି ନିଜକୁ
ପ୍ରଭୁ ମୋର, ସଖା ମୋର
ଆସଥରେ ମୋ ନିକଟକୁ l
The poet's note I read. I have read English translation of poem#2, It's a lovely poem by Tagore. When you ask me to sing My heart swells with pride
My humble gratitude Akhtar Jawadji.Even if you do not know Odia language, you regularly read my Odia poems and show your appreciation and love towards my language.It is a matter of pride for me that Odia language has come to the notice of world poets like you.
ମୋ ଗୀତର ସୁର ଛୁଇଁ ଯାଏ ତୁମଦୁଇ ପାଦ ଯାହାଥିଲା ଏତେକାଳ ମୋ ଆକାଂକ୍ଷାର ଅପହଞ୍ଚ -Wondeful translation …a prayer that yields sedative effect on mind and soul…!
ତରଳିଛି କଠୋର ବନ୍ଧୁରତା, ମଧୁର ଗୀତର ତାଳେ ତାଳେ, ପ୍ରଭୁ ତୁମେ ସଖା ଆମ, ତୁମେ ଆମ ସାହା ସଦାବେଳେ l ଲୋତକ ନୟନେ କହେ ସେନେହର ଧାରା ଅପାସୋରା, ଗାଇବାକୁ ଇଛା ହୁଏ ତୁମ ପାଇଁ ଏ ଜୀବନ ସାରା, ଭାବ ତୁମ ଗୁଣ ମୁଗ୍ଧ ଆମ୍ଭର ହୃଦୟ, ତୁମର ଗୁଣ ଆଲୋକ କରଇ ତନ୍ମୟ l (ଭାଗ ୧) (part-1)
I am ever grateful to you for your kind appreciation.What a better gift a poet desires than such beautiful words of appreciation.
******************************* ଈଶ୍ବରଙ୍କ କୃପା ବେଳେ ରଚିତ କବିତା, ପଢି ଆମ୍ଭେ ଧନ୍ୟ ହେଲୁ ଭାରତୀଙ୍କ ଗାଥା ll ହୋଇଛି କବିତା ଗୋଟି ଅତୀବ ସୁନ୍ଦର, ଶବ୍ଦ ସଂଯୋଜନା ପୁଣି ଗୋ ଉଚ୍ଚକୋଟୀର, ଭାବେ ଗୁଣ ମୁଗ୍ଧ ହୋଇ ଏ କବି କୁମର, ଦେଉ ଅଛି ଦେଶୁଁ ଦଶ ସମ୍ପୂର୍ଣ ସମ୍ଭାର l (ଭାଗ ୨) This is an excellently penned beautiful Odia prayer poem. This touches soul and mind...10 (part-2)
This poem has not been translated into any other language yet.
I would like to translate this poem
Nijaku mun prana pane jaki deli, kale bijuli ra jhal mal daka baji jiba mo kanare.....Such is the poetry of this great poet! I am happy that you have received blessings of this legendary poet!
I feel so elated and grateful to you for your kind appreciation.Thank you Dillip for regularly reading my poems and leaving your wonderful comments.